ନବ ଦାସ ହତ୍ୟା ମାମଲା ନେଇ ଏପରି ବିସ୍ଫୋରକ ବୟାନ ଦେଲେ ସୁବାସ ପାଣିଗ୍ରାହୀ
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା । ବିଧାୟକ ସୁବାସ ପାଣିଗ୍ରାହୀ ଆଜି ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସ ବ୍ୟବସାୟ କରୁଥିଲେ । ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ଶେଷ କରି ନିଜେ କିଭଳି ଟଙ୍କା ରୋଜଗାର କରିବେ ଲକ୍ଷ୍ୟ ରଖି ଷଡଯନ୍ତ୍ର କରାଯାଇଛି ।
ତେଣୁ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଛି । ତେଣୁ ଏହା ବ୍ୟବସାୟ ପାଇଁ ରାଜନୈତିକ ହତ୍ୟା ବୋଲିି କହିଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସିବିଆଇ ତଦନ୍ତ ହେଲେ ଏହି ଘଟଣାର ପର୍ଦ୍ଦାଫାଶ ହୋଇପାରିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ହତ୍ୟା ପଛରେ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଶତ୍ରୁ ତାଙ୍କ ନିଜ ଦଳରୁ ହୋଇଥାଇପାରନ୍ତି । ହତ୍ୟାକାଣ୍ଡରେ ବଡ ବଡ ଲୋକଙ୍କ ସଂପୃକ୍ତି ରହିଛି ।
Powered by Froala Editor