ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ କରୋନା ମୃତକଙ୍କ ସଂଖ୍ୟା ବି ବଢି ଚାଲିଛି । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହାରି ଭିତରେ ବିଜେପି ବିଧାୟକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ଚିଠି ଲେଖିଛନ୍ତି । ଗାଁ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସଂକ୍ରମଣ ରୋକିବାକୁ ଯୁଦ୍ଧକାଳୀନ ଭିତରେ ପଦକ୍ଷେପ ପାଇଁ ବିଜେପି ବିଧାୟକ ଦଳର ସଦସ୍ୟମାନେ ଦାବି କରଛନ୍ତି । ଏହାଛଡ଼ା ଗ୍ରାମାଞ୍ଚଳ ହସ୍ପିଟାଲ ଭିତ୍ତିଭୂମି ବୃଦ୍ଧି ସହ ଘରକୁ ଘର ବୁଲି ପରୀକ୍ଷଣ କରାଯିବାକୁ ଦାବି କରିଛନ୍ତି ।
Powered by Froala Editor