ଏହି ଘରୋଇ ଉପଚାର କରି ଧଳା କେଶକୁ କରନ୍ତୁ କଳା

କେଶ ମୁଖର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଘନ,ଲମ୍ବା କଳା କେଶ ସମସ୍ତଙ୍କ ପସନ୍ଦ ହୋଇଥାଏ । ହେଲେ ଆଜି କାଲି କେଶ ସମସ୍ୟାକୁ ନେଇ ସମସ୍ତେ ଚିନ୍ତାରେ । ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଅନେକଙ୍କ କ୍ଷେତ୍ରରେ କେଶ ଝଡିବା, କେଶ ପାଚିବା ଭଳି ସମସ୍ୟା ଦେଖାଦେଉଛି । ପାଚିଲା କେଶ ପାଇଁ ଯୁବପିଢି ଅଧିକ ଚିନ୍ତାରେ ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏହା କରନ୍ତୁ ।
ପ୍ରସ୍ତୁତି: ପ୍ରଥମେ ଗ୍ୟାସ୍ରେ ଏକ ଲୁହା କଡେଇ ବସାନ୍ତୁ । କଡେଇ ଗରମ ହେଲା ପରେ ସେଥିରେ ସୋରିଷ ତେଲ ପକାନ୍ତୁ । ଏହାପରେ ଏହି ତେଲରେ କିଛି ମେହେନ୍ଦୀ ଗୁଣ୍ଡ, ମେଥି ଗୁଣ୍ଡ, ଅଁଳା ପାଉଡର ପକାଇ ଭଲ ଭବେ ଗୋଳାନ୍ତୁ । ଏହା ପରେ କମ୍ ଆଞ୍ଚରେ ଏହି ମିଶ୍ରଣକୁ ୫ରୁ୬ ମିନିଟ ଯାଏଁ ଫୁଟାନ୍ତୁ । କିଛି ସମୟ ପରେ ଏହାର ରଙ୍ଗ କଳା ହୋଇଯିବ । ଏହା ପରେ ଗ୍ୟାସ୍କୁ ଅଫ୍ କରିଦିଅନ୍ତୁ । ୧୨ ଘଣ୍ଟା ଯାଏଁ ଏହାକୁ ଘୋଡାଇ ରଖନ୍ତୁ । ପରେ ଏହାକୁ କାଢି ଛଣା ସାହାଯ୍ୟରେ ଛାଣି ତେଲ ବାହାର କରିଦିଅନ୍ତୁ । ଏହି ତେଲକୁ ମଧ୍ୟ ୨ ମାସ ଯାଏଁ ଷ୍ଟୋର କରି ରଖିପାରିବେ ।
କିପରି ଲଗାଇବେ: ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ମିନିଟ୍ ଯାଏଁ ମସାଜ୍ କରନ୍ତୁ । ଏହାପରେ ୨ରୁ୩ ଘଣ୍ଟା ଏହାକୁ କେଶରେ ଛାଡି ଦିଅନ୍ତୁ । ଏହା ପରେ ସାମ୍ପୂ କରି ଧୋଇଦିଅନ୍ତୁ । ୧, ୨ ମାସ ବ୍ୟବହାର କରନ୍ତୁ, ନିଜେ ଫରକ ଅନୁଭବ କରିପାରିବେ ।
Powered by Froala Editor