ତାମିଲନାଡୁରେ ହେଲା ‘କରୋନା ଦେବୀ’ ମନ୍ଦିର

ଭୁବନେଶ୍ୱର : କରୋନା କାୟା ବିସ୍ତାର କରିଚାଲିଥିବାବେଳେ ଜନଜୀବନ ଦୁର୍ବିସହ ହୋଇପଡିଛି । ଗୋଟିଏ ପଟେ କରୋନାର ମୁକାବିଲା ପାଇଁ ଟିକାକରଣ ବ୍ୟାପକ କରାଯାଉଥିବାବେଳେ ଅପରପକ୍ଷରେ ଏକ ଅଜବ ଖବର ସାମ୍ନାକୁ ଆସିଛି । ତାମିଲନାଡ଼ୁର କୋଏମ୍ବାଟୁରର ଇରୁଗୁର ଠାରେ ଏକ କରୋନା ଦେବୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସେଠାରେ ଥିବା କମାଚିପୁରୀ ଅଧିନାମ ମନ୍ଦିରରେ ଏହି ଦେବୀ ପ୍ରତିଷ୍ଠା ହୋଇଛନ୍ତି । କରୋନା ଦେବୀ ହିଁ ଏହି ମହାମାରୀରୁ ସୁରକ୍ଷା ଦେଇପାରିବେ ବୋଲି ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।
ତେବେ ଅଧିନାମ ମନ୍ଦିରରେ ପୂର୍ବରୁ ବି ଏଭଳି ଅଜବ ମନ୍ଦିର ପ୍ରତିଷ୍ଠା କରାଯିବାର ନଜିର ରହିଛି । ଏହାର ପ୍ରଭାରୀ ଶିବଲିଙ୍ଗେଶ୍ୱର କହିଛନ୍ତିଯେ, ବିପର୍ଯ୍ୟୟ ବେଳେ ଏହି ମନ୍ଦିରରେ ଦେବୀଙ୍କର ପ୍ରାଣ ପ୍ରତିଷ୍ଠାର ପ୍ରଥା ରହିଛି । ପୂର୍ବରୁ ଏଠାରେ ପ୍ଲେଗ ମାରିୟାମ୍ମନ ଓ ଅନ୍ୟ ମନ୍ଦିର ବି ପ୍ରତିଷ୍ଠା ହୋଇଛି । ତେଣୁ ଏବେ ଦେଢ ଫୁଟ ଉଚ୍ଚତାର କରୋନା ଦେବୀ ପ୍ରତିମା ପ୍ରତିଷ୍ଠା କରାଯାଇଛି । ଖାଲି ସେତିକିନୁହେଁ,ଏଠାରେ କରୋନା ମହମାରୀକୁ ରୋକିବା ନିମନ୍ତେ ୪୮ ଦିନିଆ ମହାଯଜ୍ଞର ବି ଆୟୋଜନ ହୋଇଛି ।
Powered by Froala Editor