ରାସ୍ତା ପାର ବେଳେ ହାଇୱା ତଳେ ଚାଲିଗଲା ଶିଶୁପୁତ୍ର ଜୀବନ
ହିଞ୍ଜିଳିକାଟୁ : ରାସ୍ତା ପାର କରିବା ବେଳେ ଅଘଟଣ। ହାଇୱା ତଳେ ଚାପି ହୋଇ ଚାଲିଗଲା ୪ ବର୍ଷର ଶିଶୁପୁତ୍ର ଜୀବନ। ହିଞ୍ଜିଳି ତାରାତାରିଣୀ ମୁଖ୍ୟ ରାସ୍ତା ସିକିରି ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ହିଞ୍ଜିଳି ତାରାତାରିଣୀ ମୁଖ୍ୟ ରାସ୍ତା ସିକିରି ନିକଟରେ ପ୍ରମୋଦ ଦଳାଇଙ୍କ ୪ ବର୍ଷର ଶିଶୁପୁତ୍ର ହିମାଂଶୁ ଦଳାଇ ରାସ୍ତା ପାର କରୁଥିବା ବେଳେ ତାଙ୍କ ଉପରେ ଏକ ହାଇୱା ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ସିକିରି ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଲିସ ଅଟକ ରଖିଛି।
Powered by Froala Editor