କୋଭିଡ ଦାଉରୁ ବର୍ତ୍ତିବା ପାଇଁ ସମୂହ ଟିକାକରଣ ହିଁ ଶେଷ ବିକଳ୍ପ: ଆଇଏମଏ
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କୋଭିଡ ୧୯ ଦ୍ୱିତୀୟ ଲହରର ସଂକ୍ରମଣ ଶୀର୍ଷ ଛୁଇଁ ସାରିଛି ବୋଲି କେହି କେହି ବିଶେଷଜ୍ଞ ଅନୁମାନ ଲଗାଇଥିବା ବେଳେ ଆଗକୁ ତୃତୀୟ ଲହର ସଂକ୍ରମଣର ଆଶଙ୍କା ରହିଛି ବୋଲି ଭାରତୀୟ ଭେଷଜ ସଂଘ (ଆଇଏମଏ) ସତର୍କ କରାଇ ଦେଇଛି । ଏଥି ସହିତ ବର୍ତ୍ତମାନ ପରିସ୍ଥିତିରେ ଏହା ଦାଉରୁ ବର୍ତ୍ତିବା ପାଇଁ ଏକମାତ୍ର ସମୂହ ଟିକାକରଣ ହିଁ ଶେଷ୍ଠ ବିକଳ୍ପ ବୋଲି ସଂଘ ପରାମର୍ଶ କରିଛି । ଏହି ତୃତୀୟ ସଂକ୍ରମଣର ଆବିର୍ଭାବକୁ କେହି ରୋକିପାରିବେନି ବୋଲି ସଂଘର ଅଧ୍ୟକ୍ଷ ଡା.କେ ଏ ଜୟଲାଲ ଆଶଙ୍କା ବ୍ୟକ୍ତ କରିଛନ୍ତି । ଦେଶବାସୀଙ୍କର ଦ୍ରୁତ ସାମୂହିକ ଟିକାକରଣ ପାଇଁ କେନ୍ଦ୍ର ସରକାର ବିପୁଳ ପରିମାଣର କୋଭିଡ ଟିକା ସଂଗ୍ରହ କରିବା ସହ ସେଗୁଡ଼ିକୁ ଆବଶ୍ୟକ ସ୍ଥଳେ ଘରେ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ସେ ପରାମର୍ଶ କରିଛନ୍ତି । ଆଗାମୀ ଦୁଇରୁ ତିନି ମାସ ଭିତରେ ୬୦ ରୁ ୭୦ ପ୍ରତିଶତ ନାଗରିକଙ୍କର ଟିକାକରଣ ସାରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
Powered by Froala Editor