ବିଏସଏଫ କ୍ୟାମ୍ପରେ ଅଭାବନୀୟ ଘଟଣା: ଗୁଳି ବାଜି ଯବାନ ଆହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭୯ ବିଏସଏଫ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତା ଯୋଗୁଁ ଜଣେ ଯବାନଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ବଗିଚାରେ କାମ କରୁଥିବା ସମୟରେ ଏହି ଯବାନଙ୍କ ଦେହରେ ଗୁଳି ବାଜିଛି। ସୂଚନା ଆଧାରରେ , ଏହି ଯବାନଙ୍କ ନାଁ ଏନ୍ ଭାସ୍କର ନାରାୟଣ ଦେଭ। ଯବାନ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି।
ସେପଟେ ଏହି ଘଟଣାରେ ବିଏସଏଫ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଘଟଣା ଅନୁସାରେ, ମାଲକାନଗିରି ଜିଲ୍ଲା ଏମଭି ୭୯ ବିଏସଏଫ କ୍ୟାମ୍ପ ପରିସରରେ ଜଣେ ଯବାନ ଫୁଲ ଗଛରେ ପାଣି ଦେଉଥିବା ବେଳେ ହଠାତ୍ ଏକ ଗୁଳି ତାଙ୍କ ଦେହରେ ବାଜିଥିଲା। ଯବାନଙ୍କ ଚିତ୍କାର ଶୁଣି ଅନ୍ୟ ଯବାନ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନେଇଥିଲେ।
Powered by Froala Editor