କ୍ୟାବିନେଟ୍ ସମ୍ପ୍ରସାରଣ : ହିମାଚଳର ୭ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର୍ ସିଂହ ସୁଖୁ କ୍ୟାବିନେଟ୍ ସମ୍ପ୍ରସାରଣ କରି ୭ଜଣ ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହାକୁ ମିଶାଇ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ମନ୍ତ୍ରୀ ପଦ ମିଳିଥିବା ୭ ଜଣ ବିଧାୟକଙ୍କ ମଧ୍ୟରେ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ସାମିଲ ଅଛନ୍ତି। ସେହିପରି ଧନୀରାମ ସାଣ୍ଡ୍ୟାଲ, ଚନ୍ଦ୍ର କୁମାର, ହର୍ଷବର୍ଦ୍ଧନ ଚୌହାନ, ଜଗତ ସିଂ ନେଗୀ, ରୋହିତ ଠାକୁର ଓ ଅନିରୁଦ୍ଧ ସିଂହ ରାଜ୍ୟପାଳ ଶପଥ ନେଇଛନ୍ତି। ଏମାନଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାକୁ ମିଶାଇ ସୁଖୁଙ୍କ କ୍ୟାବିନେଟ୍ରେ ମନ୍ତ୍ରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି।
ପୂର୍ବରୁ ଡିସେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଶପଥ ଗ୍ରହଣ କରିଥିଲେ। ହିମାଚଳ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ମନ୍ତ୍ରୀ ସଂଖ୍ୟା ୧୨ରୁ ଅଧିକ ହୋଇ ପାରୁ ନଥିବା ବେଳେ ଏବେ ମଧ୍ୟ ଉପବାଚସ୍ପତି ପଦବୀ ଛଡ଼ା ୩ଟି ପଦବୀ ଖାଲି ରହିଛି। ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂହ ସୁଖୁ ଶପଥ ନେବାର ଗୋଟିଏ ମାସ ପରେ ଆଜି ପ୍ରଥମଥର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି।
Powered by Froala Editor