ଅଟୋରିକ୍ସାକୁ ପିଟିଲା ଟ୍ରଲର, ୫ ଗୁରୁତର
ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଏକ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣ ପରିବା ବିକାଳି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ କୁରଡ ଗ୍ରାମର ସୁଜିତ ପ୍ରଧାନ, ମମତା ପ୍ରଧାନ,ଭଗବତୀ ବରାଇ,କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ । ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁଯାୟୀ, କୁରଡ ଗ୍ରାମର ୬ଜଣ ପରିବା ବ୍ୟବସାୟୀ ଏକ ଅଟୋରିକ୍ସା ଯୋଗେ ପରିବା ବିକ୍ରୀ କରିବା ପାଇଁ ଦେବଗଡ ଅଭିମୁଖେ ବାହାରିଥିଲେ । କୁରଡ଼ ଗାଁର ସମସ୍ତ ଚାଷୀ ଗୋଟିଏ ପରିବାରର ଅଟନ୍ତି । ଏହି ସମୟରେ ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ସହ ଅଟୋର ଧକ୍କା ହୋଇଥିଲା । ଦୁର୍ଘଟଣାରେ ୫ଜଣ ମହିଳା ଚାଷୀ ଆହତ ହୋଇଛନ୍ତି । ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
Powered by Froala Editor