ନନ୍ଦନକାନନରେ ବଢିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ । ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୁପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି ।
ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସିସି ଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି । ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।
Powered by Froala Editor