ଆଜି ଉଦ୍ଘାଟନ ହେବ ସପ୍ଟୱେର କମ୍ପାନି ଡିଲୋଇଟି
ଭୁବନେଶ୍ୱର: ଆଜି ସତ୍ୟନଗର ବିଏମ୍ସି କୋଠାର ଉପରମହଲାରେ ସପ୍ଟୱେର କମ୍ପାନି ଡିଲୋଇଟି ଉଦ୍ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଏହାକୁ ଉଦ୍ଘାଟନ କରିବେ।
୧୨ ମହଲା ବିଶିଷ୍ଟ ଏହି କୋଠାର ୫ ମହଲା ପର୍ୟ୍ୟନ୍ତ ଡିଲୋଇଟି ବ୍ୟବହାର କରିବ । ୨ ମହଲାରେ ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ବଳକା ମହଲାରେ ଖୁବ୍ ଶୀଘ୍ର ବିଏମ୍ସି ଅଫିସ ଖୋଲିବ । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ନଭଶ୍ଚୁମ୍ବୀ କୋଠା କାମ ସରିଛି । ଡିଲୋଇଟି ଦ୍ୱାରା ପ୍ରାୟ ୧୫୦୦ କର୍ମଚାରୀ ଉପକୃତ ହେବେ।
Powered by Froala Editor