ଧର୍ମେନ୍ଦ୍ରଙ୍କ ବଡ ସୂଚନା: ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ
ଭୁବନେଶ୍ୱର: ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅଭିଭାଷଣରେ ଧର୍ମେନ୍ଦ୍ର ପ୍ରଧାନ ବଡ ସୂଚନା ଦେଇଛନ୍ତି । ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ । ଏଥିପାଇଁ ଖର୍ଚ୍ଚ ହେବ ୧ଲକ୍ଷ ୬୪ ହଜାର କୋଟି ଟଙ୍କା । ବିଏସଏନଏଲକୁ ପୁନରୁଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା କରୁଛନ୍ତି ।
୨୦୧୪ରେ ଟେଲିକମ୍ ଡିପାର୍ଟମେଂଟ କଲ୍ ଡ୍ରପ ସାମ୍ନା କରୁଥିଲେ । ଗୋଟିଏ ମିନିଟ୍ ପ୍ରତି ଦାମ ୨୦ ଟଙ୍କା ଥିଲା । ଏବେ ଫ୍ରି । ଡାଟା ବିଜନେସ୍ ଚାଲିଛି । ୫ଜି ସ୍ପକ୍ଟ୍ରମ୍ ବିକିକି ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି । ବିଏସଏନଏଲ୍ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା ନିବେଶ ହୋଇଛି, ପୁର୍ନଜୀବିତ ହୋଇଛି । ଆଗାମୀ ବର୍ଷେ ଦେଢ ବର୍ଷ ଭିତରେ ପଞ୍ଚାୟତ ହେଡକ୍ୱାଟର ପର୍ୟ୍ୟନ୍ତ ଟାୱାର ଲାଗିବ । ଭାରତ ନେଟ୍ ଦ୍ୱାରା ୫୦ ହଜାର ଗାଁ, ସବୁ ସ୍କୁଲକୁ ହାଇ କାପାସିଟିର ଅପ୍ଟିକାଲ ଫାଇବର ଲାଗିଯିବ ।
ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ କହିଛନ୍ତି, ଇଣ୍ଟରନେଟ୍ ସେବା ଭଲ ହେଲେ ଆଗାମୀ ଦିନରେ ଦିଲ୍ଲୀରେ ରହି ଡାକ୍ତର ଅପରେସନ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସବୁଠୁ ଲାଭାନ୍ୱିତ ହେବ ୫ଜି ସେମା ଦ୍ୱାରା । ଇଣ୍ଟରନେଟ୍ କେବଳ ଗେମ୍ ଖେଳିବା ପାଇଁ ନୁହେଁ । ଇଣ୍ଟରନେଟ୍ ଏଜୁକେଶନ ପାଇଁ, ବ୍ୟବସାୟ ପାଇଁ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏବଂ ଦେଶ ଓ ରାଜ୍ୟକୁ ବିଶ୍ୱ ସ୍ତରରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ବଡ ଭୂମୀକା ଗ୍ରହଣ କରିବ ।
Powered by Froala Editor