ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ବଲାଙ୍ଗିର : ବଲାଙ୍ଗୀର- ସମ୍ବଲପୁର ଜାତୀୟ ରାଜପଥର ମାଧିଆପାଲିରୁ ବୁଢୀ ସିଂଢୋଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ବୁଢୀସିଂଢୋଲ ଗାଁର ଶତ୍ରୁଘନ ମାଝୀ ଓ ଅନ୍ୟ ଜଣେ ରାହୁଲ କମ୍ପ ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor