୧୦ କନିଷ୍ଠ ଶିକ୍ଷକଙ୍କୁ ବହିଷ୍କାର କଲେ ରାଜ୍ୟ ସରକାର
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଇଥିବା ୧୦ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହୁଥିଲେ। ଏପରିକି କିଏ ୪ ବର୍ଷ ତ କିଏ ୫ ବର୍ଷ ହେଲା ସ୍କୁଲକୁ ଆସୁ ନ ଥିଲେ। ଏ ନେଇ ସେମାନଙ୍କ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ନ ଥିବା ବେଳେ ନୋଟିସ୍ ପଠାଇଲେ ତାହାର ଉତ୍ତର ଦେଉ ନ ଥିଲେ। ଏଥିଯୋଗୁ ଉପାନ୍ତ ଅଞ୍ଚଳରେ ରହୁଥିବା ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ତେଣୁ ଦୀର୍ଘ ଦିନ ଧରି ନିଜ କାର୍ୟ୍ୟରେ ଯୋଗ ଦେଉ ନ ଥିବାରୁ ଏହି ୧୦ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ।ଶିକ୍ଷକଙ୍କ ବାବଦରେ ମଧ୍ୟ ଗଣମାଧ୍ୟମରେ ବିଜ୍ଞାପନ ଜାରି କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ ସେମାନଙ୍କ ପ୍ରତିକ୍ରିୟା କିଛି ବି ହସ୍ତଗତ ହୋଇନି।
Powered by Froala Editor