ନୂଆ ବର୍ଷ ସେଲିବ୍ରେସନ: ମାନନ୍ତୁ ଏହି ନିୟମ
ଭୁବନେଶ୍ଵର : ଦୀର୍ଘ ଦୁଇ ବର୍ଷ ପରେ ଧୁମ୍ଧାମ୍ରେ ପାଳନ ହେବ ନୂଆବର୍ଷ। ଜିରୋ ନାଇଟ୍ରେ ଝୁମିବ ରାଜଧାନୀ। ଏହି ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ରାଜଧାନୀବାସୀଙ୍କୁ ସଚେତନ କରାଇଲେ ଡିସିପି ପ୍ରତୀକ ସିଂହ।
ଡିସିପି କହିଛନ୍ତି ଯେ, ନୂଆ ବର୍ଷ ସେଲିବ୍ରେସନ ବେଳେ ସିଟିର ଟ୍ରାଫିକ ନିୟମ ମାନନ୍ତୁ। ମଦ ନିଶାରେ ଗାଡି ଚଳାନ୍ତୁ ନାହିଁ। ୫୦ କି.ମିରୁ ଅଧିକ ବେଗରେ ଡ୍ରାଇଭ୍ ମନା। ସେହିପରି ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର୍ ନେଇକି ଯାଆନ୍ତୁ। ନୋ ପାର୍କିଂ ଜୋନ୍ରେ ଗାଡି ରଖନ୍ତୁ ନାହିଁ। ବିଭିନ୍ନ ସ୍ଥାନରେ ଚେକିଂ ହେବ। କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି।
Powered by Froala Editor