ଗଛରେ ପିଟି ହେଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର

ବୌଦ୍ଧ : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ତୀର୍ଥଯାତ୍ରୀ ବସ୍। ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ଛତିଶଗଡ ରାୟପୁର ଅଞ୍ଚଳର ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବସରେ ୪୦ ରୁ ଅଧିକ ଯାତ୍ରୀ ଥିବା ବେଳେ ଗତକାଲି ପୁରୀରୁ କାଳିଆ ଦର୍ଶନ ସାରି ବଲାଙ୍ଗୀରର ନୃସିଂହନାଥ ଦର୍ଶନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ। ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ପୁଲିସ ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି।
Powered by Froala Editor