ହାୱଡ଼ାରୁ ନିଉଜଲପାଇଗୁଡ଼ି ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ହାୱଡ଼ାରୁ ନିଉଜଲପାଇଗୁଡ଼ି ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଏହି ସୁପର ଫାଷ୍ଟ ଟ୍ରେନ୍ରେ ଯାତ୍ରୀମାନଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ହେଉଛି ଦେଶର ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବନ୍ଦେ ଭାରତ ଟ୍ରେନଟି ପଶ୍ଚିମବଙ୍ଗରେ ଜାନୁୟାରୀ ୧ ରୁ ଯାତ୍ରା ଆରମ୍ଭ କରିବ। ଏହା ବଙ୍ଗଳା ହାୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ। ଏହା ଜଲପାଇଗୁଡିରେ ପହଞ୍ଚିବାକୁ ପାଖାପାଖି ୭.୫ ଘଣ୍ଟା ସମୟ ଲାଗିବ।
ଏଥିସହିତ ପ୍ରଧାନମନ୍ତ୍ରୀ କୋଲକାତାର ମେଟ୍ରୋ ରେଳ ସେବା ସମ୍ପ୍ରସାରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପରେ ପ୍ରଧାନମନ୍ତ୍ରୀ ଜାତୀୟ ଗଙ୍ଗାନଦୀ ପରିଷଦ ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଗଙ୍ଗାନଦୀର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆଲୋଚନା କରାଯାଇଛି।
Powered by Froala Editor