ମରିଗଲାଣି ମଣିଷପଣିଆ: କୁକୁରଙ୍କୁ ମାରି ଟାଙ୍ଗିଦେଲେ

ଜୀବେ ଦୟା । ଏହି ଉକ୍ତିକୁ ଲୋକେ ବୋଧହୁଏ ଭୁଲିଗଲେଣି । ନହେଲେ ଏମିତି ନିର୍ଦ୍ଦୟ ହୁଅନ୍ତେନି । ନିରିହ କୁକୁରଙ୍କୁ ମାରି ଟାଙ୍ଗିଦେବା ଭଳି ଅମାନୁଷିକ ଘଟଣା ଘଟିଛି ଦିଲ୍ଲୀର ଦ୍ୱାରକା ସେକ୍ଟର ୯ରେ। ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ମୃତଦେହ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଅନ୍ୟ କୁକୁରଟିର ମୃତଦେହ ଗୋଟିଏ କାନ୍ଥ ନିକଟରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି। ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା କିଛି ଲୋକ ପ୍ରଥମେ ଦୁଇ କୁକୁରଙ୍କ ମୃତଦେହ ଠାବ କରିଥିଲେ।
ପୁଲିସ୍ ଆଇପିସିର ଧାରା ୪୨୯ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋଷୀଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିର ଅନୁଧ୍ୟାନ ମଧ୍ୟ କରୁଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା କୁକୁରକୁ ହତ୍ୟା ପରେ ଟଙ୍ଗା ଯାଇଛି ନା ଗଛରେ ଟାଙ୍ଗୀ ନିର୍ମମ ଭାବେ ହତ୍ୟା କରାଯାଇଛି, ସେକଥା ଜଣାପଡ଼ିନି।
Powered by Froala Editor