ରାଜନୀତିରୁ ଉର୍ଦ୍ଧ୍ୱ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ। ରାଜନୀତିରୁ ଉର୍ଦ୍ଧ୍ୱ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ। ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେ ଆହୁରି କହିଛନ୍ତି, କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ ହେଉଥିଲା। ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ୟ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି। ହେଲେ ଜମି ନ ଦେଲେ ନୂଆ ଲାଇନ କିପରି ନିର୍ମାଣ ହେବ? ପୂର୍ବରୁ ଓଡ଼ିଶାକୁ ରେଲୱେ ପାଇଁ ୮ ଶହ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି। ଓଡ଼ିଶାରେ ୩୬ଟି ଷ୍ଟେସନର ନବୀକରଣ ପାଇଁ ମୋଦି ମଞ୍ଜୁର କରିଛନ୍ତି। ଖୁବ ଶୀଘ୍ର ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ଓଡ଼ିଶାରେ ଜଗନ୍ନାଥ ସର୍କିଟ ଟ୍ରେନ୍ ଚାଲିବ। ମୋଦିଙ୍କ ଫୋକସରେ ଓଡ଼ିଶା ଅଛି। ଓଡ଼ିଶାରେ ଯାହା ଦରକାର ତାହା କର ବୋଲି ପ୍ରଧାନମନ୍ତ୍ରୀ ଅର୍ଥ ଦେଇଛନ୍ତି।
ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ। ଏଠାରେ ଜର୍ମାନୀ ଓ ଜାପାନ ଭଳି ଝଲକ ଦେଖିବାକୁ ମିଳିବ। ଏନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ୟ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେ ଆହୁରି କହିଛନ୍ତି, ଭୁବନେଶ୍ୱର ରେଳ ଷ୍ଟେସନ୍ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, ଋଗ୍ଦମବକ୍ଷବଗ୍ଧକ୍ଟକ୍ସ, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍ରେ କରାଯିବ।
Powered by Froala Editor