ପିକ୍ନିକ୍ ହେଲା କାଳ, ନଦୀରେ ବୁଡ଼ିଗଲେ ଶିକ୍ଷକ
ଖଣ୍ଡପଡା : ପିକ୍ନିକ୍ ହେଲା କାଳ । ନଦୀରେ ବୁଡି ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକଙ୍କ ନାମ ସରୋଜ କୁମାର ଦାସ ବୋଲି ଜଣାପଡିଛି । ତାଙ୍କ ଘର ମହାକାଳପଡ଼ା ବ୍ଲକ ଶଙ୍ଖପଦା ଗାଁର ବୋଲି ସୂଚନା ରହିଛି ।
ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କଣ୍ଟିଲୋ ମହାନଦୀ ନିକଟକୁ ପିକ୍ନିକ କରିବାକୁ ଆସିଥିଲେ ସରୋଜ । ଏହି ସମୟରେ ନଦୀରେ ଗାଧୋଉଥିଲେ ସରୋଜ । ହଠାତ୍ ଏହି ସମୟରେ ନଦୀରେ ତାଙ୍କ ଗୋଡ ଖସିଯାଇଥିଲା । ପାଣିରେ ବୁଡି ଯିବା ଫଳରେ ସରୋଜଙ୍କର ମୃତ୍ୟୁ ହୋଇଯାଇଛି ।
Powered by Froala Editor