ନଦୀ ମଝିରେ ବୁଡ଼ିଗଲା ଡଙ୍ଗା
ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଅଘଟଣ ଘଟିଛି । ଦେଶୀ ଡଂଗା ବୁଡି ମା’ ଓ ଶିଶୁ ସହ ୩ ଜଣ ନିଖୋଜ ଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ନଦୀରେ ତିନି ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଡଂଗାଟି କେମିତି ନଦୀ ମଝିରେ ଭାରସାମ୍ୟ ହରାଇଲା ତାହା ଜଣାପଡିନି।
ଘଟଣା ଅନୁଯାୟୀ ୧୧ ଜଣ ଯାତ୍ରୀକୁ ନେଇ ଏକ ଦେଶୀ ଡଂଗା ଓରାପଦର ଗ୍ରାମର ବକୁଲି ଗ୍ରାମକୁ ଯାଉଥିଲା। ନଦୀ ମଝିରେ ଭାରସାମ୍ୟ ହରାଇ ଡଂଗାଟି ବୁଡିଯାଇଥିଲା। ଡଂଗାରେ ବସିଥିବା ୮ ଜଣ ଯାତ୍ରୀ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ମା’ ଓ ଶିଶୁ ସହ ଅନ୍ୟ ଜଣେ ବୃଦ୍ଧା ମହିଳା ନିଖୋଜ ଥିବା ଜଣାପଡିଛି। ଏହି ଗ୍ରାମବାସୀମାନେ ଦାମଦୋରଗୁଡାର ବୋଲି ଜଣାପଡିଛି।
Powered by Froala Editor