ଲଭ୍ ଜିହାଦ ବୟାନକୁ ନେଇ ବିବାଦରେ ପ୍ରଜ୍ଞା ସିଂହ ଠାକୁର

ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର । ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ସାଂସଦ । ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ ହିନ୍ଦୁମାନଙ୍କୁ ଘରେ ଛୁରୀ ପ୍ରସ୍ତୁତ କରିବାକୁ ରଖିବାକୁ କହିଛନ୍ତି। କର୍ଣ୍ଣାଟକରେ ଆୟୋଜିତ ହିନ୍ଦୁ ଜାଗରଣ ସଭାରେ ଯୋଗ ଦେଇ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଯେ, ହିନ୍ଦୁ ମାନେ ଘରେ ଛୁରୀ ରଖିବା ଦରକାର, ସମୟ ଆସିଲେ ଏହାର ବ୍ୟବହାର ମଧ୍ୟ କରିବା ଦରକାର ।
ସାଧ୍ୱୀ ପ୍ରଜ୍ଞା ଲଭ୍ ଜିହାଦ ବିରୋଧରେ ମଧ୍ୟ ବର୍ଷିବା ସହ ଏହା ବିରୋଧରେ ଲଢେଇ ଲଢିବାକୁ ଅପିଲ କରିଥିଲେ । ସେ କହିଥିଲେ, “ଲଭ ଜିହାଦ। ସେମାନଙ୍କର ପରମ୍ପରା ହେଲା ଜିହାଦ। ଯଦି ସେମାନେ କିଛି କରି ପାରନ୍ତି ନାହିଁ, ତେବେ ଲଭ ଜିହାଦ କରନ୍ତି। ଯଦି ସେମାନେ ଭଲ ପାଆନ୍ତି, ତା’ହେଲେ ସେଥିରେ ବି ଜିହାଦ କରନ୍ତି। ଆମେ(ହିନ୍ଦୁ) ମଧ୍ୟ ଭଲ ପାଉ। ଜଣେ ସନ୍ୟାସୀ ନିଜ ଭଗବାନଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି । ଯାହାକି ଏବେ ବିବାଦ ସୃଷ୍ଟି କରିଛି।”
Powered by Froala Editor