ଦିଲ୍ଲୀ ଏମସରେ ଭର୍ତ୍ତି ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଦେହ ଅସୁସ୍ଥ ଥିବାରୁ ଦିଲ୍ଲୀ ଏମସର ଏକ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଆଜି ଦିନ ୧୨ଟାରେ ବେଳେ ଦିଲ୍ଲୀ ଏମସ୍ ଅଣାଯାଇଥିଲା । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Powered by Froala Editor