୨୬ରେ ଜେଲରୁ ମୁକ୍ତ ହେବେ ସିଦ୍ଧୁ
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତା ଜାନୁଆରୀ ୨୬ ତାରିଖ ସନ୍ଧ୍ୟା ୭ଟାରେ ପଟିଆଲା ଜେଲରୁ ମୁକ୍ତ ହେବେ । ଏଥିପାଇଁ ତାଙ୍କ ସମର୍ଥକ ଓ ପ୍ରଶଂସକଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଏହା ପୂର୍ବରୁ ପଞ୍ଜାବ କଂଗ୍ରେସରେ ହଲଚଲ ଆରମ୍ଭ ହୋଇଛି । ତାଙ୍କୁ କୌଣସି ବଡ ପଦବୀ ମିଳିପାରେ ବୋଲି ଅନୁମାନ କରାଯାଉଛି ।
ଉତ୍ତମ ଆଚରଣ ପାଇଁ ଗଣତନ୍ତ୍ର ଦିବସରେ ଯୋଉଁ ୫୦ଜଣ କଏଦୀଙ୍କୁ ରାଜ୍ୟ ସରକାର ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୋମନଙ୍କ ମଧ୍ୟରେ ସିଦ୍ଧୁଙ୍କ ନାମ ରହିଛି । ଏକ ରୋଡ୍ ରେଜ୍ ମାମଲାରେ ୧ବର୍ଷ ଜେଲ ଦଣ୍ଡ ଭୋଗୁଥିବା ସିଦ୍ଧୁ ଇତିମଧ୍ୟରେ ୬ମାସ ସଜ୍ଜା କାଟି ସାରିଲେଣି ।
Powered by Froala Editor