ଓଏଚଆରସି କ୍ଷୁବ୍ଧ, ଜାଣନ୍ତୁ କାହିଁକି
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମସ୍ତଙ୍କ ଟେନସନ ବଢାଇ ଦେଇଛି । ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଜୀବନ ସହ ଜୀବିକା ବଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଚଢା ଦରରେ ବିକ୍ରି ନେଇ ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସ) କ୍ଷୁବ୍ଧ ହୋଇଛନ୍ତି । ଏନେଇ କମିଶନ ନିଜ ତରଫରୁ ମାମଲା କରି ଜବାବ ତଲବ କରିଛନ୍ତି । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ଓଏଚଆରସି ଜବାବ ତଲବ କରିଛନ୍ତି । ଏଥିସହ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଏଚଆରସି ଡିଜିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ତୁରନ୍ତ ଟିଏମସି ଖୋଲିବାକୁ ଓଏଚଆରସି ମୁଖ୍ୟ ସଚିବଙ୍କୁ କହିଛନ୍ତି । ଦାହ ସଂସ୍କାର ନେଇ ଏନଏଚଆରସିଙ୍କ ଗାଇଡଲାଇନକୁ ମାନିବାକୁ ମଧ୍ୟ ଓଏଚଆରସି କହିଛନ୍ତି । ଏନେଇ ଓଏଚଆରସି ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଥିବାବେଳେ ଜୁନ ୨୬ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
Powered by Froala Editor