ମା’ଙ୍କ ସହ ଫଟୋ ସେୟାର କରି ଏମିତି ଲେଖିଲେ ରାହୁଲ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀରେ ଆଜି ତାଙ୍କ ସହ ମା’ ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ଗାନ୍ଧି ପରିବାର ବ୍ୟତୀତ ହଜାର ହଜାର ସାଧାରଣ ଲୋକ ଓ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କ ପଦଯାତ୍ରାରେ ନିଜକୁ ସାମିଲ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ମା' ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ଟୁଇଟ୍ରରେ ଶେୟାର କରି ଲେଖିଛନ୍ତି, ମା'ଙ୍କଠାରୁ ଯେଉଁ ପ୍ରେମ ପାଇଛି, ତାହାକୁ ମୁଁ ଦେଶରେ ବାଣ୍ଟୁଛି।
ଏହି ଫଟୋରେ ରାହୁଲ ମା’ ସୋନିଆଙ୍କୁ ପଛପଟୁ କୁଣ୍ଢାଇ ଧରିଛନ୍ତି। ଏହି ଫଟୋକୁ ଟ୍ୱିଟ କରି ରାହୁଲ ଲେଖିଛନ୍ତି, “ଯେଉଁ ଭଲ ପାଇବା ଆଙ୍କ ଠାରୁ(ସୋନିଆ) ପାଇଛି, ସେସବୁ ଦେଶରେ ବାଣ୍ଟୁଛି।” ରାହୁଲଙ୍କ ଏହି ଟ୍ୱିଟକୁ ଅନେକ ଲୋକ ଶେୟାର କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି।
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ହରିଆଣାର ସୀମାନ୍ତ ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଓ ଅନ୍ୟ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।
Powered by Froala Editor