୨୦ ବର୍ଷୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା
ରିପୋର୍ଟ ମୁତାବକ ତୁନିଶା ଶର୍ମା ଏକ ସୁଟିଂ ସେଟର ମେକଅପ୍ ରୁମ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ହେଲେ ତାଙ୍କ ଆତ୍ମହତ୍ୟା ପଛର କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ନାଇଗାଓଁରେ ଆଜି ସିରିଏଲର ଶୁଟିଂ ରହିଥିଲା। ଏଥିପାଇଁ ସେ ସେଟର ମେକରୁମରେ ରହିଥିଲେ। କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା ସେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲା। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟ୍ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ ଚଳାଇଛି । ୨୦ ବର୍ଷୀୟ ଅଭିନେତ୍ରୀ ତୁନିଷା ପ୍ରଥମେ ଶିଶୁକଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । 'ଭାରତ କା ବୀର ପୁତ୍ର ମହାରଣା ପ୍ରତାପ' ସିରିୟଲ ଜରିଆରେ ସେ ଡେବ୍ୟୁ କରିଥିଲେ ।
Powered by Froala Editor