ହୁତହୁତ ଜଳିଲା ଶାଳ ଜଙ୍ଗଲ

ହୁତହୁତ ହୋଇ ଜଳିଗଲା ଶାଳ ଜଙ୍ଗଲ । ସାମାନ୍ୟ ପବନରେ ଚାରିଆଡେ ବ୍ୟାପିଗଲା । ତେବେ ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଧିକ କିଛି କ୍ଷତି ହେବା ଆଗରୁ ନିଆଁ ଲିଭାଯାଇଥିଲା । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରୀ ସେକ୍ସନ ଅନ୍ତର୍ଗତ ଚେମେଣା ଶାଳ ଜଙ୍ଗଲରେ ।
ସୂଚନା ଯେ, ଚେମେଣା ଶାଳ ଜଙ୍ଗଲକୁ ଲାଗି ରହିଥିବା ସରାସପଶି ୟୁକାଲିପଟାସ ଜଙ୍ଗଲରେ କୈାଣସି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା। ଅଗ୍ନିକାଣ୍ଡରେ ପାଖାପାଖି ୩ ଏକର ପରିମିତ ଜମିରେ ବହୁ ଗଛ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖାଯାଇଛି।
ପବନ କାରଣରୁ ନିଆଁ ଚାରିଆଡେ ବ୍ୟାପି ଯାଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। କେନ୍ଦୁଝର ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁ ଚାରିଆଡେ ବ୍ୟାପିବା ପୂର୍ବରୁ ନିଆଁକୁ ଲିଭାଇ ଥିଲେ।
Powered by Froala Editor