ବଡ଼ ଖବର, ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଦିଆଯିବ ଟିକା
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ସାରା ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ । ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏନେଇ ସେ ସବୁ ଜିଲ୍ଲାପାଳ, ମୁ୍ୟନିସପାଲ କମିଶନର ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି । ନିଜ ନିଜ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ଶ୍ରୀ ମହାପାତ୍ର ଉକ୍ତ ଚିଠି ମାଧ୍ୟମରେ ନିଦେ୍ର୍ଧଶ ଦେଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ପରିବାର ଲୋକଙ୍କୁ ଟିକା ଦେବାକୁ ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor