ଶୋଇଥିବାବେଳେ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ଘର ସାମ୍ନାରେ ଶୋଇଥିବା ବେଳେ ୩୨ବର୍ଷୀୟ ନୀଳମଣି ଦଣ୍ଡସେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଅତି ନିର୍ମମ ଭାବେ ମୁଣ୍ଡ ଗଣ୍ଡି ଅଲଗା କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ । ସକାଳୁ ସ୍ତ୍ରୀ ଚଞ୍ଚଳା ଦଣ୍ଡାସେନା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘର ସାମ୍ନାରେ ନିର୍ମମ ହତ୍ୟା ସତ୍ବେ ଘରେ ଶୋଇଥିବା ସ୍ତ୍ରୀ ଜାଣି ନ ପାରିବା ପୋଲିସର ସନ୍ଦେହ ପ୍ରକାଶ ପାଇଛି ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ନୀଳମଣ ଘର ସାମ୍ନାରେ ଶୋଇଥିଲେ । ତେବେ ଆଜି ସକାଳ ଦେଖିବା ବେଳକୁ କେହି ତାଙ୍କୁ ହତ୍ୟା କରିଦେଇଛି । ନୀଳମଣିଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ନୀଳମଣିଙ୍କ ସ୍ତ୍ରୀ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏହା ସହିତ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor