ଭୁଲ୍ ଇଞ୍ଜେକସନ୍ ଦେବାକୁ ନେଇ ଭୀମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ଭୁଲ୍ ଇଞ୍ଜେକସନ୍ ଦେବାକୁ ନେଇ ସମ୍ବଲପୁର ଭୀମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଶତାଧିକ ଲୋକ ହସ୍ପିଟାଲରେ ଧସେଇ ପଶି ହୋହଲ୍ଲା କରିଥିଲେ । ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ । କିନ୍ତୁ ଲୋକେ ନବୁଝିବାରୁ ବିଳମ୍ବିତ ରାତି ଯାଏ ଉତ୍ତେଜନା ଲାଗି ରହିଥିଲା ।
ସୂଚନା ଅନୁଯାୟୀ, ଭୀମସାର ହୃଦରୋଗ ବିଭାଗର କାର୍ଯ୍ୟରତ ଜଣେ ନର୍ସ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସକାଳୁ ତାଙ୍କୁ ରେମଡେସିଭିର ଇଂଜେକସନ ଦିଆଯାଇଥିଲା । ପୁଣି ସନ୍ଧ୍ୟାରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲ ଭିତରକୁ ଧସେଇ ପଶିଲେ ଶତାଧିକ ଲୋକ । କରୋନାରେ ଆକ୍ରାନ୍ତ ନର୍ସଙ୍କୁ ଭୁଲ୍ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି।
Powered by Froala Editor