ପୁଣି ଉଠିଲା ଦାବି, ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କର
ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବାୱାନକୁଲେ କହିଛନ୍ତି ଯେ ମୁଁ ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଥିବା ସମୟରେ ଦେବେନ୍ଦ୍ର ଫଡନାଭିସ୍ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍। ଫଡନାଭିସ ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବାର କାମ କରିଛନ୍ତି । ମରାଠା, ହୁଅନ୍ତୁ କି ଧଙ୍ଗର କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟକୁ ନ୍ୟାୟ ପ୍ରଦାନ କରିବା ଭଳି କାର୍ଯ୍ୟ ଫଡନାଭିସ ହିଁ କରିଛନ୍ତି।
ନାଗପୁରର ସନ୍ଥ ସାନ୍ତାଜୀ ଜଗନାଡେ ମହାରାଜ ମେମୋରିଆଲ ଆର୍ଟ ଗ୍ୟାଲେରୀର ଭୁମି ପୂଜନ ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ୨୦୧୪ ରୁ ୨୦୧୯ର ଯୁଗ ପୁଣି ଥରେ ମହାରାଷ୍ଟ୍ରରେ ଫେରିବା ଉଚିତ୍ ବୋଲି ସେ କହିଛନ୍ତି ।
Powered by Froala Editor