୪ କନେଷ୍ଟବଳଙ୍କୁ ନିଲମ୍ବିତ କଲା ‘ପତ୍ଲୀ କମରିୟାଁ’
ଭୋଜପୁରୀ ଗୀତର ତାଳରେ ନୃତ୍ୟ କରୁଥିବା ୪ଜଣ ମହିଳା ପୁଲିସ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାର ସମସ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ପକ୍ଷରୁ ନିଲମ୍ବିତ କରାଯାଇଛି। ଏହି ୪ ମହିଳା କନେଷ୍ଟବଳ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ଭିଡିଓରେ ନିଲମ୍ବିତ କନେଷ୍ଟବଳମାନେ ୟୁନିଫର୍ମ ପିନ୍ଧି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁସାରେ, ଡିସେମ୍ବର ୬ ତାରିଖ ଦିନ ମହିଳା କନେଷ୍ଟବଳ କବିତା ପଟେଲ୍, କାମିନୀ କୁଶୱାହା, କାଶିଶ୍ ସହ୍ନି ଓ ସନ୍ଧ୍ୟା ସିଂହ ରାମ ଜନ୍ମଭୂମିଠାରେ ଡିୟୁଟିରେ ଥିଲେ। କିନ୍ତୁ, ସେମାନେ କର୍ତ୍ତବ୍ୟରେ ଅବହେଳା କରି ‘ପତ୍ଲୀ କମରିୟାଁ’ ଗୀତର ତାଳେ ତାଳେ ନୃତ୍ୟ କରିଛନ୍ତି। ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଇଛି। ଏହି ଭିଡିଓରେ ଜଣେ ମହିଳା କନଷ୍ଟେବଲ ନାଚୁଥିବା ବେଳେ ଅନ୍ୟ ୨ ଜଣ ତାଙ୍କୁ ଉତ୍ସାହିତ କରିବା ସହ ଅଭିନୟ ଦ୍ୱାରା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବାର ଦୃଶ୍ୟ ରହିଛି। ସେମାନେ ଗୋଟିଏ ବନ୍ଦ ରୁମରେ ଡ୍ୟାନ୍ସ କରୁଥିବା ଜଣାପଡ଼ୁଛି। ତେବେ ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏସ୍ଏସ୍ପି ମୁନୀରାଜ ଜିଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଛି।
Powered by Froala Editor