କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପଛରେ ଆପ୍ର ବଡ଼ ଭୂମିକା ରହିଛି
ଗୁଜରାଟରେ ହୋଇଥିବା ଶୋଚନୀୟ ପରାଜୟ ସଂପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନରେ ଯଦି ଆପ୍ ନଥାନ୍ତା ତେବେ କଂଗ୍ରେସ ବିଜେପିକୁ ହରାଇଦେଇଥାନ୍ତା ।
ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ ଭୂମିକା ଗ୍ରହଣ କରିଛି। ଯଦି ଗୁଜରାଟରେ କଂଗ୍ରେସ ନଥାନ୍ତା ତେବେ ବିଜେପି ଆପକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା। ରାହୁଲ ଗାନ୍ଧି କହିଛନ୍ତି ଯେ, ଗୁଜରାଟରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ହେଉଛି ବିଜେପିର ବି ଟିମ୍। କଂଗ୍ରେସକୁ ମୁକାବିଲା ପାଇଁ ଉଭୟ ଆପ୍ ଏବଂ ବିଜେପି ମଧ୍ୟରେ ଚୁକ୍ତି ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଓ କଂଗ୍ରେସ ଦଳ ବିରୋଧରେ ଏକ ମିଥ୍ୟାପ୍ରଚାର ଚାଲିଛି । କିନ୍ତୁ କଂଗ୍ରେସ ଏକ ଆଦର୍ଶଗତ ଦଳ ଓ ଏହା ଫାସିବାଦ ବିରୋଧରେ ଲଢୁଛି । ବିଜେପି ଦଳ ଭାରତ ବିଭାଜନ କରୁଛି। ସେମାନେ ଘୃଣା ବାଣ୍ଟୁଛନ୍ତି । ଯେଉଁଦିନ କଂଗ୍ରେସ ଏହା ବୁଝିବାରେ ସକ୍ଷମ ହେବ। ସେବେଠାରୁ କଂଗ୍ରେସ ସବୁ ନିର୍ବାଚନ ବିଜୟୀ ହେବ। ତେବେ ଆପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି।
Powered by Froala Editor