ମଦ ମୃତ୍ୟୁକୁ ନେଇ ଏହା କହିଲେ ନିତିଶ କୁମାର
ନୂଆଦିଲ୍ଲୀ : ବିହାରରେ ମଦମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ବିହାର ମଦ ମୃତ୍ୟୁ ପ୍ରସଙ୍ଗରେ ବିହାର ମୁଖ୍ୟନ୍ତ୍ରୀ ନିତିଶ କୁମାର କହିଛନ୍ତି, ଯିଏ ମଦ ପିଇବ ସିଏ ମରିବ ।
ଗଣମକାଧ୍ୟମରେ ଉଦବୋଧନ ଦେଇ ନିତିଶ କହିଛନ୍ତି, ଯେଉଁ ଲୋକ ମଦ ପିଇବ ତାହାର ମୃତ୍ୟୁ ହେବ । ଲୋକମାନେ ଏଦିଗରେ ସଚେତନ ହେବା ଉଚିତ୍ । ପୂର୍ବରୁ ମଧ୍ୟ ଏଭଳି ଘଟଛି ।
ଉଲ୍ଲେଖଯୋଗ୍ୟ ମଦମୃତ୍ୟୁ ପ୍ରସଙ୍ଗରେ ବିହାର ବିଧାନସଭାୋର ହଙ୍ଗାମା ଓ ହୋ’ହାଲ୍ଲା ହୋଇଥିଲା । ବିରୋଧୀ ବିଜେପି ନୀତିଶଙ୍କୁ ଟାର୍ଗେଟ କାରିଥିଲା । ମଦ ନିଷିଦ୍ଧ ହୋଇଥିବା ରାଜ୍ୟରେ ଲୋକଙ୍କ ପାଖରେ ମଦ କିଭଳି ପହଞ୍ଚୁଛି ସେନେଇ ପ୍ରଶ୍ନ ଉଠିଥିଲା । ତେବେ ନୀତିଶ ଗତକାଲି ଗୃହରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବିରୋଧୀ ନେତାଙ୍କୁ କହିଥିଲେ-ତୁମେ ସବୁ ମଦ୍ୟପ ।
Powered by Froala Editor