ଟ୍ରେନ ଧକ୍କାରେ ଝାଡୁଦାରର ମୃତ୍ୟୁ

ମଙ୍ଗଳବାର ସକାଳେ ଘଟଗାଁ ଥାନା ଅନ୍ତର୍ଗତ ସିତାବିଂଜି ଷ୍ଟେସନ ରେ ଝାଡୁଦାର ଶ୍ରୀ ମହେନ୍ଦ୍ର ମହାରଣା (50)ଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି । ମହେନ୍ଦ୍ରଙ୍କ ଘର ସ୍ଥାନୀୟ ତନଡ଼ିବେଡା ଗ୍ରାମରେ । ସେ ଦୀର୍ଘଦିନ ହେଲା ଏହି ଷ୍ଟେସନ ରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ । ଗତ କାଲି ମହେନ୍ଦ୍ର ତାଙ୍କ ବନ୍ଧୁଙ୍କ ଘରକୁ ଯାଇ ଆଜି ଟ୍ରେନରେ କେନ୍ଦୁଝର ରୁ ଆସି ଝାଡ଼ୁମାରି ଘରକୁ ଫେରିବା ବେଳେ ଟ୍ରେନ ଧକ୍କାରେ ମୃତ୍ର୍ୟୁ ହୋଇଥିଲା । ଦୁଃଖର ବିଷୟ କିଛି ଦିନ ପୂର୍ବରୁ ତା ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିଲା, ତାଙ୍କର ଚାରି ସନ୍ତାନ, ଏବେ ଅନାଥ ହୋଇଯାଇଛନ୍ତି ।
Powered by Froala Editor