ରୋଗ ଦୂର କରେ କଲରା ଜୁସ୍.....
କୁହାଯାଏ ପିତା ଦେହକୁ ହିତ । କଲରା କଥା କହିବା ମାତ୍ରେ କିଛି ଲୋକ ନାକ ଟେକନ୍ତି । ଏହାର ପିତାପଣ ଯୋଗୁଁ କେହି ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । ପାଟିକୁ ପିଥା ଲାଗୁଥିବା ଏହି ଜିନିଷ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଥିବାରୁ ଏହା ଅନେକ ରୋଗ ବେମାରୀ ଠାରୁ ଦୂରରେ ରଖିଥାଏ । କଲରାରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି, ଇ, କ୍ୟାଲସିୟମ, ଆଇରନ ଇତ୍ୟାଦି ଅନେକ ପୋଷକତ୍ତ୍ୱ ଥାଏ ।
-ଏହା ଫାଇବର ରିଚ୍ ହୋଇଥିବାରୁ, ପ୍ରତିଦିନ ଏହାର ଜୁସ୍ ସେବନ କରିବା ଦ୍ୱାରା, ଏହା ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ । ଏହା ସହ ଗ୍ୟାସ ସମସ୍ୟା ରହିନଥାଏ ।
-ପ୍ରତିଦିନ ଏହା ସେବନ କରିବା ଦ୍ୱାରା ଲିଭର ଜନିତ ସମସ୍ୟା ଦୂର ହୋଇଥାଏ ।
-କଲରାରେ କମ୍ କ୍ୟାଲୋରୀ ରହିଥିବାରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
-ଏଥିରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚା ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ । ଏହି ଜୁସ୍ ପ୍ରତିଦିନ ସେବନ କରିବା ଦ୍ୱାରା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ ।
Powered by Froala Editor