ଡିବିରି ଆଲୁଅରେ ଜଳିଗଲେ ମହିଳା

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ବିଳମ୍ବିତ ରାତିରେ ଶୋଇ ଥିବା ଅବସ୍ଥାରେ ଜଣେ ମହିଳା ଡିବିରି ଆଲୁଅରୁ ନିଆଁ ଲାଗି ଜଳି ଯାଇଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଅଂଶ ପୋଡ଼ି ଯାଇଥିବା ଜଣାପଡିଛି। ତାଙ୍କୁ ତୁରନ୍ତ ପାଟଣା ଡାକ୍ତର ଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଅଙ୍କୁରା ଗ୍ରାମର ଟୁକୁଲୁ ମୁଣ୍ଡା ଙ୍କ ପତ୍ନୀ ସୁଲୋଚନା ମୁଣ୍ଡା (୩୪) ଘରେ ଡିବିରି ଆଲୁଅ ଜାଳି ଶୋଇଥିଲେ। ବିଳମ୍ବିତ ରାତିରେ ଡିବିରି ଆଲୁଅ ରୁ ନିଆଁ ଲାଗି ଜଳି ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ଘର ଲୋକେ ଉଠି ଉଦ୍ଧାର କରି ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Powered by Froala Editor