ପଦ୍ମପୁର ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଛି ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଛି ।
ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ରହିଥିବା ସୂଚନା ମିଳିଛି । ପ୍ରଥମ ରାଉଣ୍ଡରେ ୧୭୧୨ଖଣ୍ଡ ଭୋଟରେ ଆଗୁଆ ରହିଥିବା ବିଜେଡି ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୩୦୭୦ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।
Powered by Froala Editor