ଭଡ଼ାଘରେ ସେକ୍ସ ରାକେଟ୍
ମାଲକାନଗିରି ଜିଲ୍ଲା ସଦର ମହକୁମାର କୁମୁଟିଗୁଡା ସାହିରେ ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସ ହାତରେ ଧରାପଡିଛି । ଜଣେ ଦଲାଲ ବାହାର ରାଜ୍ୟରୁ ଯୁବତୀ ମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲା । ପୋଲିସ ପାଖରେ ଏହି ଘଟଣା ସଂପର୍କରେ ସାହି ଲୋକେ ଅଭିଯୋଗ କରିବା ପରେ ଆଜି ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ଚଢାଉ କରିଥିଲା । ଏଥିସହ ରାଣୀ ମହୁମାଛି ସହ ଦୁଇ ମହିଳାଙ୍କୁ ଅଟକ ରଖିଥିଲା। ଭଡାଘର ଭିତରୁ ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଡାକ୍ତରି ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ମାଲକାନଗିରିରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ଖବର ପାଇଥିଲେ ମଧ୍ୟ ଧରିବା ପାଇଁ ଦୀର୍ଘ ଦିନରୁ ଚେଷ୍ଟା ଜାରି ରଖିଥିଲା। ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ସଦର ମହକୁମାର କୁମୁଟିଗୁଡା ଠାରେ ଗୋଟିଏ ଘରେ ନିୟମିତ ବଡବଡ ଗାଡି ସହ ବହୁ ବାଇକ ଲାଗୁଛି। କିଛି ଯୁବକ, ବୟସ୍କ ବ୍ୟକ୍ତିମାନେ ସେହି ଘରକୁ ବାରମ୍ବାର ରାତି ଦିନ ଆସୁଛନ୍ତି। ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ କୁମୁଟିଗୁଡାସ୍ଥିତ ସେହି ଘରେ ଚଢାଉ କରିଥିଲା। କିଛି ବ୍ୟକ୍ତି ଦୌଡି ପଳାଇବାରେ ସଫଳ ହୋଇଥିବା ବେଳେ ଦୁଇ ଜଣ ଯୁବକକୁ ପୋଲିସ କାବୁ କରିଥିଲା।
Powered by Froala Editor