କାଞ୍ଜିପାଣିରେ ଓଲଟିଲା ଅମ୍ବା ବସ୍

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ କୁଆଁର ଛକ ରେ ଏକ ଘରୋଇ ଯାତ୍ରୀ ବହି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ସୂଚନା ମୁତାବକ, (ଓଆର ୦୯ଏମ ୫୮୮୫) ନମ୍ବର ବିଶିଷ୍ଟ ଅମ୍ବା ନାମକ ଘରୋଇ ଯାତ୍ରୀବାହି ବସ୍ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଖଣ୍ଡ ରୁ ତେଲକୋଇ ଦେଇ କେନ୍ଦୁଝର ଅଭିମୁଖେ ଯାଉ ଥିବା ବେଳେ କୁଆଁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ବସରେ ୪୦ ରୁ ୪୫ ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାହାର କୌଣସି କ୍ଷତି ହୋଇ ନଥିବା ପୁଲିସ ସୂତ୍ରରୁ ଜଣା ପଡ଼ିଛି । ବାମ ପାର୍ଶ୍ୱ ରୁ ହଠାତ୍ ଜଣେ ସାଇକେଲ ଆରୋହୀ ରାସ୍ତା ଉପରକୁ ଚାଲି ଆସିବାରୁ ତାଙ୍କୁ ରକ୍ଷା କରିବାକୁ ଯାଇ ବସ ଦୁର୍ଘଟଣା ଘଟିଥିବା କୁହା ଯାଉଛି । କାଞ୍ଜିପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗାଡ଼ିରେ ଅଧାରୁ ଅଧିକ ଯାତ୍ରୀ ତେଲକୋଇ ଲୋକନାଥ ପୁର ଗ୍ରାମ କିଶାନ ପରିବାର ର ହୋଇଥିବା ସୂଚନା ରହିଛି ।
Powered by Froala Editor