ଯୁବକଙ୍କୁ ଶୁଣ୍ଢରେ ଧରି କଚାଡି ମାରିଲା ହାତୀ

କରଞ୍ଜିଆ : ଦନ୍ତା ଆକ୍ରମଣରେ ଯୁବକ ମୃତ। କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି। ଯୁବକ ଜଣଙ୍କ ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ମାରି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ ହୁଡ଼ି ସାହିର ଶାସ୍ତ୍ରୀ ବାନରା। ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ, ମହୁଲଡ଼ିହା ଆଇଆଇସି ଓ ଅନ୍ୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଇଛନ୍ତି।
Powered by Froala Editor