କମେଣ୍ଟ ମାରି ଛେଚା ଖାଇଲା ଯୁବକ: ଗଛରେ ବାନ୍ଧି ପିଟିଲେ ଲୋକେ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜଣେ ରୋଡ ରୋମିଓଙ୍କୁ ଉତ୍ତମମଧ୍ୟମ ଦିଆଯାଇଛି । ଛାତ୍ରୀଙ୍କୁ କମେଣ୍ଟ ମାରୁଥିବାବେଳେ ଗ୍ରାମବାସୀ ଓ ପରିବାର ଲୋକେ ମିଶି ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି ।
ସୁଚନାରୁ ଜଣାଯାିଛି ଯେ ତେନ୍ତୁଲିଗଡିଆ ଗ୍ରାମର ଜଣେ ଛାତ୍ରୀ ସାଇକେଲରେ ନିୟମିତ କଲେଜ ଯାଇଥାନ୍ତି । କିନ୍ତୁ କିଛିଦିନ ହେଲା ତେନ୍ତୁଲିପଦି ଗ୍ରାମର ଜଣେ ଯୁବକ ରାସ୍ତାରେ ଛାତ୍ରୀ ଜଣକୁ କମେଣ୍ଟ ମାରି ଆସୁଥିଲା । ଏନେଇ ଛାତ୍ରୀ ଜଣକ ଘରେ କହିବାପରେ ପରିବାର ଲୋକେ ରାସ୍ତାରେ ଉକ୍ତ ଯୁବକକୁ ଛକି ରହିଥିଲେ । ଗତକାଲି ଛାତ୍ରୀ ଜଣକ କଲେଜରୁ ଫେରୁଥିବା ସମୟରେ ଯୁବକ ଜଣକ ରାସ୍ତାରେ କମେଟ ମାରିବା ସହିତ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିବା ସମୟରେ ପରିବାର ଲୋକ କାବୁ କରିନେଇଥିଲେ । ଏହାଦେଖି ଲୋକ ଜମା ହେବାପରେ ଉକ୍ତ ଯୁବକକକୁ ନିକଟସ୍ଥ ଏକ ଗଛରେ ବାନ୍ଧି ପକାଇ ଉତ୍ତମ ମଧ୍ୟମ ଦେଇଥିଲେ । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ ।
Powered by Froala Editor