ଗଛରେ ପିଟିହେଲା କାର୍:୩ ମୃତ, ୨ ଗୁରୁତର

ଉମରକୋଟ: ଗଛରେ ପିଟିହେଲା କାର୍ । ବୁଲାଣି ବୁଲିବା ସମୟରେ ଗଛରେ ପିଟି ହୋଇଗଲା ଦ୍ରୁତ ଗତିରେ ଯାଉଥିବା କାର୍ । ଫଳରେ କାରରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଘଟିଛି । ମୃତକ ୩ ଜଣ ହେଲେ ନବରଙ୍ଗପୁର ସହର ସ୍ଥିତ ଗାଦୁଆଗୁଡ଼ା ସାହିର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ଉମରକୋଟଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ କାରରେ ୫ ଜଣ ଥିଲେ । ଦ୍ରୁତ ଗତିରେ ଥିବା କାରଟି ସରାଗୁଡ଼ା ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁଇ ଗୁରୁତର ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଛି । ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି । ଘଟଣାର ତଦନ୍ତ ଚାଲିଥିବା ଉମରକୋଟ ଏସଡିପିଓ ସୁଭେନ୍ଦୁ କୁମାର ସବର ସୂଚନା ଦେଇଛନ୍ତି ।
Powered by Froala Editor