ପଞ୍ଚଲିଙ୍ଗେଶ୍ଵର ହୁଣ୍ଡିବାକ୍ସରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ନିଳଗିରି: ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଛାଡ଼ିଲେନି ଲୁଟେରା। ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏହି ଘଟଣା ଶ୍ରଦ୍ଧାଳୁଙ୍କୁ ଶକ୍ତ ଆଘାତ ଦେଇଥିବା ବେଳେ ଏବେ ହୁଣ୍ଡି ବାକ୍ସରେ ଦାନ ପକାଇବାକୁ ବାରଣ କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଶ୍ରଦ୍ଧାଳୁମାନଙ୍କ ପାଇଁ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ଫାଟକ ପ୍ରତ୍ୟେକ ଦିନ ସକାଳ ୭ରେ ଖୋଲିବା ପରେ ସନ୍ଧ୍ୟା ୫ରେ ବନ୍ଦ ହୋଇଯାଏ। ଟ୍ରଷ୍ଟି ମ୍ୟାନେଜର ତାଲା ପକାଇ ଘରକୁ ଚାଲିଯାଆନ୍ତି।
ଠିକ୍ ଏହାରି ସୁଯୋଗରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ମହାଦେବଙ୍କ ମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସେମାନେ ପୀଠରେ ଥିବା ହୁଣ୍ଡିଦାନ ବାକ୍ସ ଏବଂ ପଞ୍ଚଲଡୁ ଭୋଗ ଦୋକାନ ତାଲାଚାବି ଭାଙ୍ଗି ସେଥିରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
Powered by Froala Editor