ତାଳଚେର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଶୁକ୍ରବାର ତାଳଚେର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନ ପ୍ରାୟ ସାଢେ ୧୦ଟାରେ ଧର୍ମେନ୍ଦ୍ର ପ୍ରଧାନ ଗୋଡିବନ୍ଧ ଛକରୁ ଏକ ମଟର ସାଇକେଲ ରାଲିରେ ଗୁରୁଜାଙ୍ଗ ଗ୍ରାମକୁ ଯିବାର କାର୍ୟ୍ୟକ୍ରମ ରହିଛି । ସେହିଠାରେ ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।
ଏହା ସହ ସେହି ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସ୍ଥାନ ନିରୂପଣ କରି ପରିବାରଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ। ଏହା ପରେ ଢେଙ୍କାନାଳ ଗସ୍ତରେ ବାହାରିବେ ଧର୍ମେନ୍ଦ୍ର ପ୍ରଧାନ।
Powered by Froala Editor