ମମିତା ମେହେରା ହତ୍ୟା ମାମଲା: ଆଉ ୨ ଗିରଫ
ଭୁବନେଶ୍ୱର: ରାଜ୍ୟରେ ଚହଳ ପକାଇଥିବା ବହୁ ଚର୍ଚ୍ଚିତ ମମିତା ମେହେରା ହତ୍ୟା ମାମଲାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ ।
ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୁଲିସ କୋର୍ଟଚାଲାଣ କରିଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍ଥିତ ସନ୍ସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଅନେକ ବାଦବିବାଦ ପରେ ଅକ୍ଟୋବର ୧୩ତାରିଖରେ ସିନ୍ଧେକଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଘରୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲା ।ଓଡ଼ିଆ ସ୍ପଟ ନୁ୍ୟଜ ଗତ ଅକ୍ଟୋବର ୧୭ତାରିଖରେ ଅଟକ ଥିବା ଅବସ୍ଥାରେ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲା । ଏହାପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଗୋବିନ୍ଦକୁ ଖୋଜିବା ସହ ତା’ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା ।
ଅପରପକ୍ଷେ ଅକ୍ଟୋବର ୧୯ତାରିଖରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡ଼ିୟମ ଭିତରୁ ମମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ଅଧପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏଣେ ପୁଲିସ ଏକ ଆଖୁକିଆରୀରୁ ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
Powered by Froala Editor