ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବା ନେଇ ଘୋଷଣା ହୋଇଛି । ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ବୋଲି ଜେଏସଡବ୍ଲୁ ଅଧ୍ୟକ୍ଷ କହିଛନ୍ତି । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୬୦ ହଜାର କୋଟି ପୁଞ୍ଜି ନିବେଶ କରିଥିଲା ଜେଏସଡବ୍ଲୁ ।
ସେପଟେ ଦ୍ୱିତୀୟ ଦିନ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ପୁଞ୍ଜିନିବେଶ ମାନଙ୍କୁ ସ୍ବାଗତ କରି ବହୁତ ଖୁସି ଥିବା କହିଛନ୍ତି । ତାହା ସହ ଓଡ଼ିଶା ସରକାର ଶିଳ୍ପପତି ମାନଙ୍କ ପାଇଁ ପ୍ରତିଶ୍ରୁତି ବଦ୍ଧ । ଖାଲି ସେତିକି ନୁହେଁ ନିବେଶକଙ୍କ ପାଇଁ ରାଜ୍ୟ ସରକାର ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।
ଆମ ପ୍ରଦର୍ଶନ ଉପରେ ଦୁଇ ଦଶନ୍ଧି ଧରି ରାଜ୍ୟବାସୀ ମୋହର ମାରିଚାଲିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ଉଦବୋଧନ ଦେଇଛନ୍ତି । ସେହିପରି କନକ୍ଲେଭରେ ରାଜ୍ୟର କିଛି ସଫଳ ଯୋଜନା କଥା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ।
ବିଏସକେଓ୍ୱାଇ, ୫ଟି ଓ ମୋ ସରକାରର ସଫଳ କଥା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶରେ ରାଜ୍ୟ ଆଗେଇଛି । ମିଶନ ଶକ୍ତି ମାଧ୍ୟମରେ ୭୫ଲକ୍ଷ ମହିଳା ସ୍ୱାବଲମ୍ବି ହୋଇଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଏସକେଓ୍ୱାଇ ଏକ ମାଇଲଖୁଣ୍ଡ ପାଲଟିଛି ବୋଳି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor