ଏଣିକି ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର : ରାଜ୍ୟର ୨୦ସହର ୧୫ଡିଗ୍ରୀ ତଳେ ରହିଛି । ସିମିଳିଗୁଡାରେ ୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣିକି ରାତି ତାପମାତ୍ରା ବଢ଼ିବ ବୋଲି ଆକଳନ ହୋଇଛି ।
ମଙ୍ଗଳବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ, ଫୁଲବାଣୀରେ ୯.୫, ଦାରିଙ୍ଗିବାଡ଼ି ୯.୫, କିରେଇ ୧୦, ନବରଙ୍ଗପୁର ୧୦, କୋରାପୁଟ ୧୦.୨, ରାଣୀତାଳ ୧୧, ଭବାନୀପାଟଣା ୧୧.୨, ସୁନ୍ଦରଗଡ ୧୨.୨, ବଲାଙ୍ଗୀରରେ ୧୨.୫, ଝାରସୁଗୁଡ଼ା ୧୨.୬, ବରଗଡ ୧୩.୨, ସୋନପୁର ୧୩.୫, କେନ୍ଦୁଝର ୧୩.୬, ହୀରାକୁଦ ୧୩.୬, ଦେବଗଡ଼ ୧୩.୭, ଅନୁଗୁଳ ୧୪, ମାଲକାନଗିରି ୧୪.୫, ଟିଟିଲାଗଡ଼ ୧୪.୫, ସମ୍ବଲପୁର ୧୪.୫, କେନ୍ଦ୍ରାପଡ଼ା ୧୪.୬ ଏବଂ ଢେଙ୍କାନାଳରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି ।
ବୁଧବାର କନ୍ଧମାଳ, ବଲାଙ୍ଗୀର ଓ ଗଜପତିରେ କୁହୁଡ଼ି ହେବ । ଗୁରୁବାର ମଧ୍ୟ ଏହି ସବୁ ଜିଲ୍ଲା ସମେତ ଅନୁଗୁଳରେ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
Powered by Froala Editor