ବେଳାଭୂମିରେ ଉଡିଲେ ଲକ୍ଷ ଲକ୍ଷ କଳା ପ୍ରଜାପତି

ଏବେ ପର୍ଯ୍ୟଟନ ଋତୁ । ହଜାର ହଜାର ଲୋକ ପୁରୀ ବୁଲିବାକୁ ଆସୁଛନ୍ତି । ସମୁଦ୍ର ବେଳାରେ ଅବସର ବିନୋଦନ କରୁଛନ୍ତି । ହେଲେ ଆଜି ହଠାତ୍ କିଛି ନିଆରା ଦୃଶ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ କଳା ପ୍ରଜାପତି କୁଆଡୁ ଚାଲି ଆସିଥିଲେ । ଏତେ ମାତ୍ରାରେ ପ୍ରଜାପତିଙ୍କୁ ଦେଖି ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକେ ଓ ବେଳାଭୂମିରେ ଥିବା ବ୍ୟବସାୟୀ ଏବଂ ଫଟୋଗ୍ରାଫରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶୀତ ସାଙ୍ଗକୁ ପାଗ ଭଲଥିବାରୁ ବାଲୁଖଣ୍ଡ ଅଭୟାରଣ୍ୟରୁ ଏହି ପ୍ରଜାପତିମାନେ ଉଡ଼ିଆସିଥିବା କୁହାଯାଉଛି।
Powered by Froala Editor